କଟକସହରରୁ ଆଜି ୫୫ କରୋନା ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ସହରରୁ  ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ କଟକ ସହରରେ ୧୦୦୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୧୧ଜଣ ସୁସ୍ଥହୋଇ ଫେରିଛନ୍ତି। ୪୮୩ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୧୦ଜଣଙ୍କର ମୃତ୍ୟୁ ହୋଇଛି।