ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୪୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୭୪ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୩୧୯ଜଣ ଓ ସ୍ଥାନୀୟ ସଂକ୍ରମଣ ୨୨୬ଜଣ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୩୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୧୮, କଟକରୁ ୭୩, ଷ୍ଟେଟପୋଲରୁ ୫୦, ବାଲେଶ୍ୱରରୁ ୪୭, ଜଗତସିଂହପୁରରୁ ୩୭, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୪, ସୁନ୍ଦରଗଡ଼ରୁ ୧୧, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୧୦ ଲେଖାଏଁ, ଝାରସୁଗୁଡ଼ାରୁ ୮, ଅନୁଗୁଳରୁ ୭, ପୁରୀ ଓ ଗଞ୍ଜାମରୁ ୬ ଲେଖାଏଁ, ବରଗଡ଼ରୁ ୪, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ କେଉଁଝରରୁ ୩ ଲେଖାଏଁ, କୋରାପୁଟ, ଢେଙ୍କାନାଳ, ସୋନପୁର ଓ ବଲାଙ୍ଗିରରୁ ୨ ଲେଖାଏଁ, କଳାହାଣ୍ଡି, କନ୍ଧମାଳ, ବରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୩୦୯ ହୋଇଥିବାବେଳେ ୧୦ଲକ୍ଷ ୧୧ହଜାର ୪୮୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୧୮୭ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୫୮୭ଜଣ ଚିକିତ୍ସିତ ହେଉଛନ୍ତି।