୫୪୦ କର୍ମୀଙ୍କୁ ଛଟେଇ କଲା ଜୋମାଟୋ

ବେଙ୍ଗାଲୁରୁ,ଏଜେନ୍ସିଅନ୍ଲାଇନ୍ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋଗୁରଗାଓଁ ସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ ୫୪୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ଅଟୋମେଟିକ୍‌ ବା ସ୍ୱୟଂଚାଳନା ପ୍ରକ୍ରିୟା ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ଗତ କିଛିମାସ ମଧ୍ୟରେ କମ୍ପାନୀର ଟେକ୍ନୋଲୋଜି ଉତ୍ପାଦ ଏବଂ ପ୍ଲାଟ୍ଫର୍ମରେଅନେକାଂଶରେ ସୁଧାର ପରିଲକ୍ଷିତ ହେବା ସହିତ ବ୍ୟବସାୟ ମଧ୍ୟ ବଢ଼ିଚାଲିଛି ବୋଲି କମ୍ପାନୀ ଏକ ବିବୃତିରେ ଉଲ୍ଲେଖ କରିଛି।