ଦାନ ହୁଣ୍ଡିରୁ ବାହାରିଲା ୫୪ଲକ୍ଷ ଟଙ୍କା ଓ ଅଳଙ୍କାର

ରାୟଗଡ଼ା ,ଏନ୍ଏନ୍ଏସ୍ : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣିଙ୍କ ଚଳିତ ବର୍ଷର ତୃତିୟ ଥର ପାଇଁ ହୁଣ୍ଡି ଖୋଲାଯାଇଛି । ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି। ଚଳିତ ଥର ଉତ୍କଳ ଗ୍ୟାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ୱ ସହ ଏହି ବ୍ୟୋଙ୍କରେ ଟଙ୍କା ଜମା ରଖାଯାଇଛି । ତେବେ ଏହି ଟଙ୍କା ଗଣନାରେ ଅନ୍ୟମାନଙ୍କ ମଧ୍ୟରେ ଭେଙ୍କେଟେଶ୍ୱର ମନ୍ଦିର କମିଟି ରାୟଗଡ଼ା ଏବଂ ଜେକେ ପୁର ସଦସ୍ୟ , ସତ୍ୟ ସାଇ ସେବା ସମିତି , ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ର ଛାତ୍ରୀ ମଧ୍ୟ ଟଙ୍କା ଗଣିବାରେ ସହାୟତା କରିଛନ୍ତି।

ଚଳିତ ଥର ହୁଣ୍ଡି ଖୋଲିବା ପରେ ସେଥିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା ୪୫ ଗ୍ରାମ ସୁନା ଓ ୧କେଜି ୮୭୦ ଗ୍ରାମ ରୁପା ଅଳଙ୍କାର ବାହାରିଛି। ତା ସହିତ ୨୭ ଟି ପୁରୁଣା ହଜାରଟଙ୍କିଆ ନୋଟ ସହ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଛି । ମୋଟ ୪୮,୫୦୦ ଟଙ୍କାର ପୁରୁଣା ନୋଟ ମିଳିଥିବା ସୁଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା । ସେହି ଭଳି ଗତ ୧୦ ଜୁନରେ ଏହି ହୁଣ୍ଡିରୁ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ସହ ସୁନା ଏବଂ ରୁପା ମିଳିଥିଲା ।

ତେବେ ପ୍ରତି ୩ ମାସରେ ଥରେ ହୁଣ୍ଡି ଖୋଲାଯାଉ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା । ତେବେ ଆନ୍ଧ୍ର ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତ ମାଙ୍କ ଆଶୀର୍ବାଦ ପାଇ ମନସ୍କାମନା ପୁରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି ଯାହା ବାର୍ଷିକ ୪ କୋଟିରୁ ଅଧିକା ବୋଲି ରାଇସିଂ କହିଛନ୍ତି।

ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ , ପୂଜା ରିତିନିତୀ , ମନ୍ଦିର ଉନ୍ନୟନ ତଥା କର୍ମଚାରିଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବା ଅନ୍ୟତମ ସଦସ୍ୟ ରାଧା କୃଷ୍ଟ ଦଳେଇ କହିଛନ୍ତି। ଟଙ୍କା ଗଣତି ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶସସ୍ତ୍ର ପୁଲିସ ମୁତୟନ କରାଯିବା ସହ ସିସିଟିଭି ଉପରେ କଡ଼ା ନଜର ରଖିଥିବା କହିଛନ୍ତି ପୁଲିସ ଅଧିକାର ସୁରେଶ ଚନ୍ଦ୍ର ବେହେରା।