ଆଜି କରୋନାରେ ସୁସ୍ଥ ହେଲେ ଆଉ ୫୩୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୫୩୮ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୪୦ହଜାର ୬୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭୫, ସୁନ୍ଦରଗଡ଼ରୁ ୭୩, କଳାହାଣ୍ଡିରୁ ୬୪, ନୂଆପଡ଼ାରୁ ୬୨, ବଲାଙ୍ଗିରରୁ ୩୫, କଟକରୁ ୨୬, ଝାରସୁଗୁଡ଼ାରୁ ୨୫, କେଉଁଝରରୁ ୨୦, ବରଗଡ଼ରୁ ୧୯, ଷ୍ଟେଟପୋଲରୁ ୧୬, ମୟୁରଭଞ୍ଜ ଓ ନବରଙ୍ଗପୁରରୁ ୧୫, ରାୟଗଡ଼ାରୁ ୧୪, ଅନୁଗୁଳରୁ ୧୨, ଯାଜପୁର, ନୟାଗଡ଼ ଓ ପୁରୀରୁ ୧୧ ଲେଖାଏଁ, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୮, ବାଲେଶ୍ୱରରୁ ୫, ଭଦ୍ରକରୁ ୪, କନ୍ଧମାଳରୁ ୩, ମାଲକାନଗିରିରୁ ୨, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାରୁ ୨ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୫୧ହଜାର ୩୦୨ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୪୦ହଜାର ୬୦୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୮,୭୭୪ ଜଣ ଚିକିତ୍ସିତ ହେଉଛନ୍ତି।