କଟକ ସହରରୁ ଆଜି ୫୩ କରୋନା ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: କଟକ ସହରର ବିଭିନ୍ନ ଅଞ୍ଚଳରୁ ଆଜି ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦ ଜଣ ସ୍ଥାନୀୟ ରହିଛନ୍ତି। ଏହାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୧ରେ ପହଞ୍ଚିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ସେହିପରି ୯୧୨ ଜଣ ସୁସ୍ଥ ହୋଇଥିବାବେଳେ ୧୦ଜଣଙ୍କର ମୃତ୍ୟୁ ହୋଇଛି ଓ ୭୯୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ମାଲଗୋଦାମ ଜାଲୁଆ ସାହିରୁ ସର୍ବାଧିକ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦ ଜଣ ମହିଳା ଥିବାବେଳେ ୯ଜଣ ପୁରୁଷ ରହିଛନ୍ତି। ସେହିପରି ସାମନ୍ତ ସାହିରୁ ୭ଜଣ, ଚୌଧୁରୀ ବଜାରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।