ମାଗଣା ରୋଗ ପ୍ରତିଷେଧକ ଶକ୍ତି ବର୍ଦ୍ଧକ ହୋମିଓପାଥି ଔଷଧ ବଣ୍ଟନ

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ବୃନ୍ଦାବନ କଲୋନୀ ରେସିଡେନ୍ସିଆଲ ସୋସାଇଟି ଓ ଜେଡିଏସ୍ ହୋମିଓପେଥି ପକ୍ଷରୁ ମାଗଣା ରୋଗ ପ୍ରତିଷୋଧକ ଶକ୍ତି ବର୍ଦ୍ଧକ ହୋମିଓପାଥି ଔଷଧ ବଣ୍ଟନ କରାଯାଇଛି। ବୃନ୍ଦାବନ କଲୋନୀ ରେସିଡେନ୍ସିଆଲ ସୋସାଇଟି, ଲେପ୍ରୋସି କଲୋନୀ ଓ ଓରାମ ପଡାର ପ୍ରାୟ ୭୫୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ଏହି ଔଷଧ ବିତରଣ କରାଯାଇଛି।

ସେହିପରି ଲୋକଙ୍କୁ ହୋମିଓପାଥି ରୋଗ ପ୍ରତିଶୋଧକ ଶକ୍ତି ବର୍ଦ୍ଧକ ଔଷଧର ଉପକାରିତା ବିଷୟରେ ଅବଗତ କରାଇବା ସହ ରାଜ୍ୟ ତଥା ଦେଶରୁ କୋରନାର ମୂଳ ପୋଛ କରିବା ପାଇଁ ସରକାରଙ୍କ ଗାଇଡଲାଇନ ଅନୁସାରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ତାପସ ରାୟ ଚୌଧୁରୀ, ପ୍ରାଶାନ୍ତ ନନ୍ଦ, ରମେଶ ଗାନ୍ଧୀ, ସନ୍ଦିପ ଅବସ୍ତି, ସିଷ୍ଟର ଲିଲିମା, ବି ନାଗେଶ୍ୱରୀ, ଧମାଲି ପଟେଲ, ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।