ଭାରତରେ ଆଜି ରେକର୍ଡସଂଖ୍ୟକ ୫୨ ଲକ୍ଷ ଲୋକଙ୍କୁ ମିଳିଲା ଟିକା

ନୂଆଦିଲ୍ଲୀ: ଭାରତରେ ଆଜି ଦିନକରେ ରେକର୍ଡସଂଖ୍ୟକ ୫୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ  ବୟସର ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନର ପ୍ରଥମ ଦିନରେ ହିଁ ଏହି ରେକର୍ଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଜୁନ୍ ୨୧ରୁ ଟିକାକରଣ କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ବଢ଼ାଇବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ।