ଆଜି ବସିବ ୫୧ତମ ରାଜ୍ୟପାଳ ସମ୍ମିଳନୀ, ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବସିବ ରାଜ୍ୟପାଳଙ୍କ ସମ୍ମିଳନୀ। ୫୧ ତମ ରାଜ୍ୟପାଳ ସମ୍ମିଳନୀର ସଭାପତିତ୍ବ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି(ଗୁରୁବାର) ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଜ୍ୟପାଳଙ୍କ ସମ୍ମିଳନୀ ଉଦଘାଟନ ହେବ। ଏହି ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳ ଉପସ୍ଥିତ ରହିବେ।

ରାଜ୍ୟପାଳଙ୍କ ସମ୍ମିଳନୀ ଦେଶର ସ୍ବାଧୀନତା ପରି ଏକ ପରମ୍ପରା। ୧୯୪୯ ମସିହାରେ ରାଜ୍ୟପାଳ ଭବନରେ ରାଜ୍ୟପାଳଙ୍କ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ସି ରାଜା ଗୋପାଲାଚରୀ ଅଧ୍ୟକ୍ଷତା କରିଥିଲେ।