ରାଜଧାନୀରୁ ୫୧ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୩୫ ଓ ସ୍ଥାନୀୟ ୧୬

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ଜଣ କ୍ୱାରେଣ୍ଟାଇନ ଓ ୧୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ମୀନଗରରୁ ୬, ନୟାପଲ୍ଲୀରୁ ୪, ପୁରୁଣା ଭୁବନେଶ୍ୱରରୁ ୩, ଡୁମଡୁମା, ରସୁଲଗଡ଼ ଆଦିମାତା କଲୋନୀ, ପଟିଆ, ରସୁଲଗଡ଼ ପାଲା ମଣ୍ଡପ ନିକଟରୁ ୨ ଲେଖାଏଁ, ମାଷ୍ଟର କ୍ୟାଣ୍ଟିନ, ବରମୁଣ୍ଡା ଏଚବି କଲୋନୀ, ନୂଆଗାଁ, କଳିଙ୍ଗ ବିହାର, ନାଗେଶ୍ୱର ଟାଙ୍ଗି, ୟୁନିଟ-୨, ଘାଟିକିଆ, ନୟାପଲ୍ଲୀରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଝାରପଡ଼ା, ସହିଦ ନଗର, ୟୁନିଟ-୬ ଗଙ୍ଗନଗର ବସ୍ତି, ଡୁମଡୁମା ସୁବାସ ନଗର ବସ୍ତି, ଗଜପତି ନଗର ଓ ବୋମିଖାଲରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସରକାରୀ ହସ୍ପିଟାଲର ୨ଜଣ କର୍ମଚାରୀ, ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ୟୁନିଟ-୬, ନୟାପଲ୍ଲୀରୁ ୨ ଲେଖାଏଁ, ଲକ୍ଷ୍ମୀନଗର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀ ନଗର ଓ ଝାରପଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।
ଆଜି ସୁସ୍ଥ ହୋଇଥିବା ୫ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ଖଣ୍ଡଗିରିରୁ ୨ଜଣ, ବରମୁଣ୍ଡା ଓ ବିଜେବି ନଗରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ ହୋଇଥିବାବେଳେ ୩୬୧ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦ଜଣଙ୍କର ମୃତ୍ୟୁ ଘଟିଛି ଓ ୩୯୭ଜଣ ଚିକିତ୍ସାଧୀନ ଅଛନ୍ତି।