ଗୋଆରେ ହେବ ୫୦ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

ନୂଆଦିଲ୍ଲୀ,ଏଜେନ୍ସି: ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଚଳିତ ବର୍ଷ ଗୋଆରେ ଆୟୋଜିତ ହେବ। ଏ ନେଇ ରବିବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦକର ସୂଚନା ଦେଇଛନ୍ତି। ସେହ କହିଛନ୍ତି ଯେ ଏହି ଫିଲ୍ମ ଫେଷ୍ଟିଭାଲ୍ ଆଗାମୀ ନଭେମ୍ବର ୨୦ରୁ ୨୮ ତାରିଖ ଯାଏଁ ଚାଲିବ। ଏହି ପରିପ୍ରେକ୍ଷୀରେ ସାରା ବିଶ୍ୱରେ ଗତ ୫୦ବର୍ଷ ମଧ୍ୟରେ ରିଲିଜ ହୋଇଥିବା ପ୍ରାୟ ୨୦୦ଟି ଫିଲ୍ମ ପ୍ରଦର୍ଶିତ ହେବ।
ଏଥି ସହ ସେ କହିଛନ୍ତି ୫୦ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ୨୦ ରୁ ୨୮ ନଭେମ୍ବର ମଧ୍ୟରେ ଗୋଆରେ ଆୟୋଜନ ହେବ। ଏଥିରେ ବିଭିନ୍ନ ଦେଶର ୨୦୦ରୁ ଅଧିକ ଫିଲ୍ମ ତଥା ବିଭିନ୍ନ ଭାରତୀୟ ଭାଷାରେ ୨୬ଟି ଫିଚର ଫିଲ୍ମ ପ୍ରଦର୍ଶନ କରାଯିବ।