ଭୁବନେଶ୍ଵରରେ ଆଜି ୫୦୯ ସଂକ୍ରମିତ ଚିହ୍ନଟ, ୯୨୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ମହାନଗର ନିଗମରେ ଆଜି ଆଉ ୫୦୯ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା ୫୦୯ଙ୍କ ମଧ୍ୟରୁ ୪୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୯୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୪୬୭୧ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୧୧୮ ରେ ପହଁଚିଛି। ଏହା ସହିତ ଶେଷ ୨୪ ଘଣ୍ଟାରେ ୯୨୬ ଜଣ ସୁସ୍ଥ ହୋଇଛନ୍ତି ଓ ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୭୯,୦୪୯ ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ଭିତରେ କୌଣସି ଲୋକ କରୋନା ସଂକ୍ରମଣରେ ମୃତାହତ ହୋଇନାହାନ୍ତି ଏବଂ ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୩୭୭ରେ ରହିଛି।