ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୮୨ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଆଜି ଆଉ ୫୦୮୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୫୪ ଜଣ ରହିଥିବା ବେଳେ କଟକରୁ ୪୭୫, ବାଲେଶ୍ୱରରୁ ୩୯୨, ମୟୂରଭଞ୍ଜରୁ ୨୮୭, ଯାଜପୁରରୁ ୨୬୭, ଅନୁଗୁଳରୁ ୨୫୧, ସୁନ୍ଦରଗଡ଼ରୁ ୨୪୮, ଭଦ୍ରକରୁ ୨୪୪, ପୁରୀରୁ ୨୩୪, ଜଗତସିଂହପୁରରୁ ୧୯୪ ଓ ରାୟଗଡ଼ାରୁ ୧୬୭ ଜଣ ରହିଛନ୍ତି।

ସେହିପରି ଢ଼େଙ୍କାନାଳରୁ ୧୫୧, ବୌଦ୍ଧରୁ ୧୪୭, ନୟାଗଡ଼ରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡ଼ରୁ ୧୨୪, ସୋନପୁରରୁ ୧୦୯, କୋରାପୁଟରୁ ୯୬, ମାଲକାନଗିରିରୁ ୯୨, କନ୍ଧମାଳରୁ ୬୨, ସମ୍ବଲପୁରରୁ ୬୧, କେନ୍ଦ୍ରାପଡ଼ାରୁ ୫୯, ନବରଙ୍ଗପୁରରୁ ୫୩, କଳାହାଣ୍ଡିରୁ ୪୮, ଗଜପତିରୁ ୪୬, ଗଞ୍ଜାମରୁ ୩୦, ବଲାଙ୍ଗିରରୁ ୨୯, ଦେବଗଡ଼ରୁ ୨୬, ଝାରସୁଗୁଡ଼ାରୁ ୨୪, ନୂଆପଡ଼ାରୁ ୧୮ ଏବଂ ଷ୍ଟେଟ ପୁଲରୁ ୧୨୪ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪ରେ ପହଞ୍ଚିଛି।