ପ୍ଲାଜମା ଦାନରେ ଓଡ଼ିଶା ପୁଲିସ ସଂଖ୍ୟା ୫୦୦

ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା ଭୁତାଣୁକୁ ପରାସ୍ତ କରି ଆଜି ସୁଦ୍ଧା ୫୦୦ ଓଡ଼ିଶା ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଏହି କରୋନା ଯୋଦ୍ଧାମାନେ ରାଜ୍ୟର ବିଭିନ୍ନ ପ୍ଲାଜମା ସଂଗ୍ରହ କେନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇ.ଜି.ଏଚ୍, ରାଉରକେଲା, ଭିମ୍‌ସାର, ବୁର୍ଲା ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁର, କ୍ୟପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱର ଓ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ଠାରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।