ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ୫୦୦ ପାର୍

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ କରୋନା ରେକର୍ଡ ସୃଷ୍ଟି କରିଛି। ଆଜି ସଂକ୍ରମିତଙ୍କ ସଂଖ୍ୟା ୫୦୦ ଡେଇଁଛି। ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦୭ ପହଞ୍ଚିଥିବା ସରକାରୀ ସୁତ୍ରରୁ ଜଣାପଡିଛି। ସେଥିମଧ୍ୟରୁ ବଲାଙ୍ଗିର ସହରରୁ ପୁଣି ୧୦୬ ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗାଁ ବ୍ଲକରେ ସ୍ଥିତି ଚିନ୍ତା ଜନକ ରହିଛି। ଗୋଉରଗୋଠ ଗ୍ରାମ ପଞ୍ଚାୟତରୁ ୩୦ ଜଣ ଚିହ୍ନଟ ହେବାପରେ ଦେଷଣ୍ଢ ଗ୍ରାମ ପଞ୍ଚାୟତରୁ ୩୪ ଜଣ ଓ ସାଲେପାଲି ଗ୍ରାମପଞ୍ଚାୟତରୁ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ସଂକ୍ରମଣ ଦେଓଗାଁ ବ୍ଲକରେ ବ୍ୟାପିଥିବା ସ୍ପଷ୍ଟ ସୂଚନା ଦେଉଛି।

ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୧ ଜଣ, ବଲାଙ୍ଗିର ବ୍ଲକରୁ ୩୬ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୦୬ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୧୬ ଜଣ, ବଲେପଡ଼ା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୬୧ ଜଣ, ଗୁଡଭେଲା ବ୍ଲକରୁ ୨୭ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୯ ଜଣ, ଖପ୍ରାଖୋଲ ବ୍ଲକରୁ ୨୬ ଜଣ, ଲୋଇସିଂହା ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୮ ଜଣ, ପାଟଣାଗଡ ବ୍ଲକରୁ ୧୪ ଜଣ, ପାଟଣାଗଡ ସହରାଞ୍ଚଳରୁ ୮ ଜଣ, ପୁଇଁନ୍ତଳା ବ୍ଲକରୁ ୧୭ ଜଣ, ସଇଁନ୍ତଳା ବ୍ଲକରୁ ୪୪ ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୨୩ ଜଣ, ଟିଟିଲାଗଡ ସହରାଞ୍ଚଳରୁ ୧୭ ଜଣ, ତୁଷୁରାରୁ ୨୯ ଜଣ ଓ ତୁରେକେଲା ବ୍ଲକରୁ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୮,୬୬୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫,୩୨୨ ଜଣ ସୁସ୍ଥ ହୋଇଥିବାବେଳେ ୩୨୯୦ ଜଣ ସକ୍ରିୟ ଥିବା ଜଣାପଡ଼ିଛି।