ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଯୋଜନାରେ ଆଉ ୫୦ ବର୍ଗଙ୍କୁ ସାମିଲ କରାଯାଇଛି । ଏଥିରେ ଦରଜୀ, ବାରିକ, ମହାରଣା, ମତ୍ସ୍ୟଜୀବୀ, କମାର, କୁମ୍ଭାର, ଜରି ଗୋଟାଳି, ମାଂସ କଟାଳି, ଇଲେକ୍ଟ୍ରିସିଆନ, ମାଳି ଓ ଡଙ୍ଗା ଚାଳକ ଆଦିଙ୍କୁ ସାମିଲ କରାଯାଇଛି । ଉକ୍ତ ବର୍ଗର କେହି ମୃତ୍ୟୁବରଣ କଲେ ପରିବାରକୁ ସହାୟତା ମିଳିବ । ଦୁର୍ଘଟଣାରେ ମୃତ୍ୟୁ କ୍ଷେତ୍ରରେ ୪ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ଲକ୍ଷ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।