କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ବରଗଡ଼, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବରଗଡ଼ ଜିଲ୍ଲାର କୋଭିଡ ଯୋଦ୍ଧା ପୁଲିସ ଏଏସଆଇ ସ୍ୱର୍ଗତ ମନୋଜ କୁମାର ହୋତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥକ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ସ୍ୱର୍ଗତ ହୋତାଙ୍କ ପରିବାର ତରଫରୁ ତାଙ୍କ ସ୍ତ୍ରୀ ରଶ୍ମିତା ହୋତାଙ୍କୁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଏଏସଆଇ ମନୋଜ ହୋତା ନିଷ୍ଠାପର ଭାବରେ କୋଭିଡ ଡ୍ୟୁଟି କରିବା ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଆର୍ôଥକ ସହାୟତା ପ୍ରଦାନ ସମୟରେ ଏସପି ପଦ୍ମିନୀ ସାହୁ , ଏଡିଏମ ମିର୍ଦ୍ଧା ଟପ୍ପୋ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଉପସ୍ଥିତ ଥିଲେ ।