କୋଭିଡ-୧୯ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ ଟଙ୍କା: ଯୋଗୀ

ଉତ୍ତରପ୍ରଦେଶ,ଏଜେନ୍ସି: ଯୋଗୀ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। କରୋନା ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କ ଯଦି ଏହି ସମୟରେ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ୫୦ ଲକ୍ଷର ଆର୍ଥିକ ସହାୟତା ମିଳିବ।
ଯୋଗୀ ସରକାର କହିଛନ୍ତି ଯେ ଯଦି ଡ୍ୟୁଟିରେ ଥିବା ସମୟରେ ଭାଇରସ୍‌ କାରଣୁ ମୃତ୍ୟୁ ଘଟେ ତେବେ ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାସି ପ୍ରଦାନ କରାଯିବ। ଏହି ଟଙ୍କା ସିଧା ପରିବାର ଲୋକଙ୍କ ଆକାଉଣ୍ଟ ଯିବ।

ରାଜସ୍ୱ ବିଭାଗର ଅଫର ମୁଖ୍ୟ ସଚିବ ରେଣୁକା କୁମାର ଏହି ସୂଚନା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଏହାର ସିଧା ନିର୍ଦ୍ଦେଶ ମଧ୍ୟ ଦେଇଦେଇଛନ୍ତି।