ସହିଦ ନଗର ଅଞ୍ଚଳରୁ ୫୦ଲକ୍ଷ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ୫୦ଲକ୍ଷ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ ବିଏମସିର ଚଢ଼ଉ ବେଳେ ଏହା ଧରାପଡ଼ିଛି। ତେବେ ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଲିଥିନ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରାଯାଇଥିଲା। ତେବେ ଏହାପରେ ପ୍ଲାଷ୍ଟିକ ବର୍ଜନ କରିବା ନେଇ ଅନେକ ସଚେତନତା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ସହିଦ ନଗର ଅଞ୍ଚଳରେ ପ୍ଲଷ୍ଟିକ କାରବାର ହେଉଥିବା ଖବର ପାଇଁ ବିଏମସି ଅଧିକାରୀମାନେ ପ୍ଲଟ ନଂ ୬୩୮ରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରୁ ବ୍ୟାପକ ପରିମାଣର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜବତ ହୋଇଛି। ତେବେ ଏହାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଊଦ୍ଧ୍ୱର୍ ବୋଲି କୁହାଯାଇଛି।

ଏହି ପ୍ଲାଷ୍ଟିକ ଗୁଡ଼ିକ କଲିକତା ଓ ଗୁଜୁରାଟରୁ ଆମଦାନି କରାଯାଉଥିବା ଜଣାପଡ଼ିଛି।