ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରି ଝାରସୁଗୁଡ଼ା ଜିଲ୍ଲା ସ୍ୱତନ୍ତ୍ର ଜଜ୍ ପକ୍ସୋ ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା କରିଛନ୍ତି।
ସୂଚନା ଅନୁସାରେ ଗତ ୨୦୧୫ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ବନହରାପାଲି ଥାନା ଅଞ୍ଚଳରେ ଏକ ୧୬ ବର୍ଷୀୟ ନାବାଳିକାକୁ ସମ୍ବଲପୁର ଜିଲ୍ଲା ହୀରାକୁଦର ଭିମ ମିର୍ଦ୍ଧା(୨୪) ବଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା। ପରେ ନାବାଳିକାର ଇଚ୍ଛା ବିରୁଦ୍ଧରେ ତା’ସହ ଶାରିରୀକ ସମ୍ପର୍କ ରଖିଥିଲା। ଏନେଇ ନାବାଳିକାର ଅଭିଯୋଗ ପରେ ଅଗଷ୍ଟ ୮, ୨୦୧୫ ତାରିଖରେ କେସ୍ ନମ୍ବର-୮୭/୧୫ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିମ ମିର୍ଦ୍ଦାକୁ ହୀରାକୁଦରୁ ଗିରଫ କରିଥିଲା। ଏହି ମାମଲାକୁ ବିଚାର କରି ଜିଲ୍ଲା ସ୍ୱତନ୍ତ୍ର ପକ୍ସୋ ଅଦାଲତ ଭିମ ମିର୍ଦ୍ଧାକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡ ଓ ୧ ହଜାର ଟଙ୍କା ଜୋରିମାନା କରିଛନ୍ତି।