ସେଫ୍ଟି ଟାଙ୍କିରୁ ୫ବର୍ଷ ଶିଶୁର ମୃତ ଦେହ ଉଦ୍ଧାର

ରାଉରକେଲା,ଏନ୍ଏନ୍ଏସ୍: ପାନପୋଷ ବସ୍ତିର ଅନିଷ ସାହୁ ନାମକ ଜଣେ ୫ବର୍ଷ ଶିଶୁର ମୃତ ଦେହ ରବିବାର ପଡୋଶୀଙ୍କ ସେଫ୍ଟି ଟାଙ୍କିରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ରବିବାର ସକାଳୁ ଅନିଷ ନିଖୋଜ ଥିବାବେଳେ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

ଏହି ସମୟରେ ଅପରାହ୍ଣରେ ପଡୋଶୀଘର ସେଫ୍ଟି ଟାଙ୍କିରେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଆଇଜିଏଚ୍କୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ରଘୁନାଥପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।