ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲା ବରୁଆସାଗର ଥାନା ଅଞ୍ଚଳରେ ଶନିବାର ଏକ କ୍ରଶରର ନିର୍ମାଣାଧୀନ ପାଚେରି ଭୁଶୁଡ଼ି ୫ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ ଏବଂ ୩ ମହିଳା ଶ୍ରମିକ ରହିଛନ୍ତି। ସେମାନଙ୍କ ନାମ ସୁଖଲାଲ, କମଲେଶ, ସୁନୀତା, ପୂଜା ଏବଂ ଉମା ବୋଲି ଜଣାପଡ଼ିଛି। ପାଚେରି ଭଗ୍ନାଂଶ ତଳେ ଆହୁରି କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ କେତେଜଣ ଶ୍ରମିକଙ୍କୁ ଝାନ୍ସୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଇଜି, ଏସଏସପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।