ଅଯୋଧ୍ୟା ଡ୍ୟୁଟିରେ ଥିବା ୫ ପୁଲିସ କର୍ମଚାରୀ ହ୍ୱାଟ୍ସ-ଆପ୍ ବ୍ୟବହାର କରି ନିଲମ୍ବିତ

ଜବଲପୁର,ଏଜେନ୍ସି: ମଧ୍ୟପ୍ରଦେଶର ଜବଲପୁରରେ ଅଯୋଧ୍ୟା ଡ୍ୟୁଟିରେ ଥିବା ୫ ପୁଲିସ କର୍ମଚାରୀ ହ୍ୱାଟ୍ସ-ଆପ୍ ବ୍ୟବହାର କରିଥିବାରୁ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ବିଶେଷକରି ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଣି କଲାବେଳେ ଅନେକ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୋସିଆଲ ମିଡିଆରେ ଯେଉଁଭଳି ଉତ୍ତେଜନା ମୂଳକ ପୋଷ୍ଟ ନହୁଏ ସେ ନେଇ କଡ଼ା ନଜର ରଖାଯାଇଥିଲା।

ଏହି ପରିପ୍ରେକ୍ଷୀରେ ୫ଜଣ ପୁଲିସ କର୍ମଚାରୀ ଡ୍ୟୁଟି ସମୟରେ ହ୍ୱାଟ୍ସଆପ ଚଲାଉଥିବା ଜଣାପଡ଼ିଥିଲା। ସେମାନେ କର୍ତ୍ତ୍ୟବରେ ଅବହେଳା କରୁଥିବାରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜବଲପୁର ଏସ୍ପି ଅମିତ ସିଂହ କହିଛନ୍ତି।