ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁପବାଡ଼ାରେ ଏଲଓସି ପାଖରେ ସୁରକ୍ଷା ବଳ ଦ୍ୱାରା ଜାରି ରହିଥିବା ଅନୁପ୍ରବେଶ ବିରୋଧୀ ଅଭିଯାନରେ ୫ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
ଉତ୍ତର -କଶ୍ମିରୀ ଜିଲ୍ଲାରେ ଏଲଓସି ପାଖରେ ଥିବା ଜୁମାଗୁଣ୍ଡ ଅଞ୍ଚଳରେ ମିଳିଥିବା ଏକ ଖବରକୁ ଆଧାର କରି ପୁଲିସ ଓ ସୁରକ୍ଷା ବଳ ଦ୍ୱାରା ଆରମ୍ଭ ହୋଇଥିବା ସଂଯୁକ୍ତ ଅପରେସନ ପରେ ଆତଙ୍କବାଦୀଙ୍କ ସହ ସଂଘର୍ଷ ହୋଇଥିଲା ।