୫-ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ୟ୍ୟକରଣ ନେଇ ମଂଜୁର ହୋଇଥିବା ସାଢେ ୮ କୋଟି ଟଙ୍କାର ବିନିଯୋଗ କିପରି ହୋଇଛି ସେସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ୫ -ଟି ସଚିବ ଭି.କେ ପାଣ୍ଡିଆନ୍ ବୁଧବାର ପ୍ରତ୍ୟୁଷରେ ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ଅନୁଧ୍ୟାନ ବେଳେ ପୂର୍ତ ସଚିବ , ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ,ଭୁବନେଶ୍ୱର ଡିସିପି ଉପସ୍ଥିତ ଥିଲେ । ମନ୍ଦିରର ଭିତର ଓ ବାହାରେ ସ୍ୱଚ୍ଛତା କିପରି ରହିଛି ତାହା ୫-ଟି ସଚିବ ତନଖି କରିଥିଲେ ।