ରାୟଗଡ଼ା ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିୟାନ

ରାୟଗଡ଼ା,ଏନ୍ଏନ୍ଏସ୍ : ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିୟାନ ଜେକେପୁର ସ୍ଥିତ ଇଏସଆଇ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ସକାଳ ୯ଟାରେ ଆସି ଜେକେ ହେଲିପେଡ଼ରେ ଅବତିର୍ଣ୍ଣ କରିଥିଲେ । ସେଠାରୁ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା , ଏସପି ଶର୍ବଣ ବିବେକ ଏମ ସହିତ ଆସି କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ । ଆଗକୁ ଜିଲ୍ଲାରେ ହଜାର ହଜାରା ସଂଖ୍ୟାରେ ପ୍ରବାସି ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିବାର ଥିବା ବେଳେ ସେମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ଼ ସ୍ୱାସ୍ଥ କେନ୍ଦ୍ରକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଫଳରେ ସଙ୍କଟାପର୍ଣ୍ଣ ଅବସ୍ତାରେ କୈଣସି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଇ ବରଂ ନିଜ ଜିଲ୍ଲାଉପରେ ଆତ୍ମ ନିର୍ଭରଶିଳ ହୋଇପାରିବ ।

ସେଥିପାଇଁ ଏଥିରେ ୫ଟି ଭେଟିଂଲେଟର ସହ ୧୦ ଟି ଆଇସିୟୁ ନିର୍ମାଣ କରିବାକୁ ୫ଟି ସଚିବ ଭି . କାର୍ତିକେୟନ ପାଣ୍ଡିୟାନ ନିର୍ଦ୍ଧେଶ ଦେଇଥିବା ଗସ୍ତ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏଥିପାଇଁ ଆବଶ୍ୟକିୟ ଯନ୍ତପାତି ଏବଂ ଅର୍ଥ ରାଜ୍ୟ ସରକାର ଯେଗାଇଦେବେ ବୋଲି ସେ କହିଥିବା ଜିଲ୍ଲାପାଳ କହିଛନ୍ତି ।

ତେବେ ଏହି ଗସ୍ତ ସମୟରେ ରୋଗିମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଲେ କିଭଳି ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ କୋଭିଡ଼ ହସପିଟାଲ ଇନଚାର୍ଜଙ୍କୁ ପଚାରି ବୁଝିଥିଲେ । ତେବେ ପ୍ରତ୍ୟେକ ଦିନ ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରବାସୀ ଶ୍ରମିକ ମାନେ ଚାଲିଚାଲି ନଯିବାପାଇଁ ଗାଡ଼ିର ବ୍ୟବସ୍ଥା କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

ଯେଉଁ ଶ୍ରମିକ ମାନେ ଫେରୁଛନ୍ତି ବା ଫେରିଛନ୍ତି ସେମାନଙ୍କୁ ମନରେଗା ଯେଜନାରେ ଅଧିକରୁ ଅଧିକ କାମ ନିଜନିଜ ଅଚଂଳରେ ଯେଗାଇ ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ଲକଡ଼ାଉନ ଯୋଗୁଁ ବନ୍ଦ ରହିଥିବା ହାଟ ବଜାରକୁ କିଭଳି ସାମାଜିକ ଦୁରତା ବଜାଇରଖି ପୁନ କାର୍ଯ୍ୟ୪ମ କରାଯିବ ସେଦିଗରେ ଉଦ୍ୟମ ଆରମ୍ଭ ହୋଇଥିବା ନେଇ ସେ ସଚିବଙ୍କୁ ଅବଗତ କରିଥିବା କହିଛନ୍ତି ।

ସେହିପରି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅନ୍ତବାସୀ ମାନଙ୍କୁ ସ୍ୱେଛାସେବୀ , ଗଣମାଧ୍ୟମ ପ୍ରତିନିଧି ଏବଂ ଗାଁ ଭାଇଙ୍କୁ ନେଇ କରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ହାତକୁ ନେବାକୁ ସଚିବ ପାଣ୍ଡିୟାନ ପରାମର୍ଶ ଦେଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଡ଼ି ଅମୃତ ରୁତୁରାଜ , ସିଡ଼ିଏମଓ ଡ଼ା.ଆର୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କରୋନା ସ୍ଥିତି ଏବଂ ସେ ଦିଗରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉଭୟ ସଚିବଙ୍କୁ ଅବଗତ କରାଇଥିଲେ ।