ରାଜ୍ୟରେ ପହଞ୍ଚିବ ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ କଟକଣା ଲାଗୁ ହୋଇଛି। ଏଥିପାଇଁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଫାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ରାଜ୍ୟରେ ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିବ।

ସୁଚନାନୁଯାୟୀ, ସୁରତରୁ ଗୋଟିଏ ଟ୍ରେନ୍‌ ବାହାରି ଜଗନ୍ନାଥପୁରରେ ପହଞ୍ଚିବ। ଏଲ୍‌ଟିଟି ମୁମ୍ବାଇରୁ ଆଉ ଏକ ଟ୍ରେନ୍‌ ବାହାରି ଜଗନ୍ନାଥପୁରରେ ପହଞ୍ଚିବ। ଗୁଜୁରାଟ ମୋରବୀରୁ ଦୁଇଟି ଟ୍ରେନ୍‌ ବାହାରି ବାଲେଶ୍ୱରରେ ପହଞ୍ଚିବ। କୋଏମ୍ବାଟୁର ଓ ତାମିଲନାଡୁରୁ ଏକ ଟ୍ରେନ୍‌ ଆସି ବୁଧବାର ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚିବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆଜି ସୁଦ୍ଧା ମୋଟ ୨୯ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଓଡ଼ିଶାରେ ଆସି ପହଞ୍ଚିଛି।