ଭୁବନେଶ୍ୱର/ବିଶାଖାପାଟନାମ,ଏଜେନ୍ସି: ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୫ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି କାରରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଓଡ଼ିଶାରୁ ଗୋଟିଏ ପରିବାରର ୬ଜଣ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମକୁ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ି ନଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚ ମୃତ ଦେହ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ମୃତକମାନେ ବ୍ରହ୍ମପୁର ଅଞ୍ଚଳର ବୋଲି ଆନ୍ଧ୍ର ପୁଲିସ ସୂଚନା ଦେଇଛି।