ରାଜଧାନୀରୁ ୫ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ଜଣେ, ସ୍ଥାନୀୟ ସଂକ୍ରମଣ ୪ ରାଜ୍ୟ By Nitidin On Jan 23, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ଜଣେ ଓ ସ୍ଥାନୀୟ ସଂକ୍ରମଣ ୪ଜଣ ରହିଛନ୍ତି। ଅନ୍ୟପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜଧାନୀରେ ଆଜିର ୫ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୩୨ ହୋଇଥିବାବେଳେ ୩୧ ହଜାର ୩୬୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୪ଜଣଙ୍କ ଚିକିତ୍ସା ଜାରି ରହିଛି। Share