୫ ମିନିଟ୍‌ରେ କରୋନା ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ଭାରତରେ ବଢ଼ି ଚାଲିଥିବା ବେଳେ ତୁରନ୍ତ ଏହାର ମୁକାବିଲା ଜରୁରୀ ହୋଇପଡିଛି। ତେବେ ବର୍ତ୍ତମାନର ଟେକନିକ ଦ୍ବାରା କରୋନା ଟେଷ୍ଟ ରିପୋର୍ଟ ପାତବାକୁ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଫଳରେ ସଂକ୍ରମଣ ବଢିଯାଉଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ର‌୍ୟାପିଡ୍ କିଟ୍ ପ୍ରସ୍ତୁତ କରିଛି। ଯାହାଦ୍ବାରା କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ ମିନିଟ୍‌ରେ ସମ୍ଭବ ହୋଇପାରିବ।

ତେବେ ଏହି କିଟ୍ ଭାରତକୁ ଏପ୍ରିଲ୍ ୧୮ ସୁଦ୍ଧା ଆସିବ ବୋଲି କୁହାଯାଉଛି । ଏହା ପଜିଟିଭ୍ ରିପୋର୍ଟ ମାତ୍ର ୫ ମିନିଟ୍‌ରେ ଦେବାକୁ ସକ୍ଷମ ହୋଇଥିବାବେଳେ ନେଗେଟିଭ୍ ରିପୋର୍ଟ ଦେବାକୁ ୧୩ ମିନିଟ୍ ସମୟ ନେଇଥାଏ । ଚଳିତ ମାସରେ ଏବୋଟ୍ କମ୍ପାନୀ ଏହି କିଟ୍‌ରୁ ୫୦ ଲକ୍ଷ ଭାରତକୁ ଯୋଗାଇବାର ଯୋଜନା କରିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଥିବା କୁହାଯାଉଛି ।