ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୫ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏହି କେସ୍ ପୁଣି ଯାଜପୁର ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ମୋଟ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ତେବେ ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ୩ ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬, ଓ ୬୩ ବର୍ଷ। ସେହିପରି ୨ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ। ତେବେ ଏହି ୫ ଜଣ କୋଲକତାରୁ ଫେରିଥିଲେ। ସେମାନେ କୋଲକାକାତାରୁ ଫେରିବା ପରେ କ୍ଵାରେଣ୍ଟାଇନରେ ଥିଲେ। ସେମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲା। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ଏନେଇ ସୂଚନା ମିଳିଛି।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୬୦ ନମୁନା ପରୀକ୍ଷଣ କରାଯାଇଛି। ଏଯାଏଁ ରାଜ୍ୟରେ ୩୬,୫୯୩ ନମୁନା ପରୀକ୍ଷଣ ହୋଇଛି। ସେମାନଙ୍କ ମଧ୍ୟରୁ ୧୫୪ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୫୪ ଜଣଙ୍କ ମଧ୍ୟରୁ ୯୮ଟି ଆକ୍ଟିଭ୍ କେସ୍ ଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି।