ଦେବଗଡ଼ରୁ ପୁଣି ୫ କରୋନା ପଜିଟିଭ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଦେବଗଡ଼ ଜିଲ୍ଲାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ତାମିଲନାଡୁ ଫେରନ୍ତା ପ୍ରବାସୀ ଶ୍ରମିକ ରହିଥିବା ବେଳେ ଜଣେ ଓମାନ ଫେରନ୍ତା ରହିଛନ୍ତି। ଏମାନେ ସମସ୍ତେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ କରୋନା ପଜିଟିଭଙ୍କୁ ଦେବଗଡ଼ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜିର ସଂଖ୍ୟାକୁ ମିଶାଇ ଦେବଗଡ଼ ଜିଲ୍ଲାରେ ମୋଟ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବାବେଳେ ୬ଜଣ ଚିକିତ୍ସାଧୀନ ଅଛନ୍ତି।