ବଲାଙ୍ଗିରରେ ଆଉ ୫ କରୋନା ଆକ୍ରାନ୍ତ: ମୋଟସଂଖ୍ୟା ୧୨୧

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଂଚିଛି । ସେଥିମଧ୍ୟରୁ ସକ୍ରିୟ କେସ ୬୭ଟି ଥିବାବେଳେ ୫୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୫ଜଣ ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ବ୍ଲକର ବୋଲି ଜଣାପଡ଼ିଛି। ଟିଟିଲାଗଡ଼ ବ୍ଲକ ସୁରଡ଼ା ପଂଚାୟତର ୩ ଜଣ ଓ ଭୁଷଲଡ଼ ପଂଚାୟତର ଜଣେ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତମାନେ ମହାରାଷ୍ଟ୍ର, ଚେନ୍ନାଇ ଓ ତାମିଲନାଡ଼ୁରୁ ଫେରି ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟର ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତରୁ ଜଣେ ମୁମ୍ବାଇ ଫେରନ୍ତା ରହିଥିବା ଜଣାପଡ଼ିଛି। ସେ ମଧ୍ୟ ପ୍ରଥମେ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ର ଓ ପରେ ହୋମ କ୍ୱାରେଣ୍ଟାଇନରେ ଥିଲେ।