ନୂଆଦିଲ୍ଲୀ,ଏଜେନ୍ସି: ଏବେ କାମ ମଧ୍ୟରେ ସରକାରୀ କର୍ମଚାରୀମାନେ ନେବେ ଯୋଗ ବ୍ରେକ୍। ଏନେଇ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ଲଞ୍ଚ କରାଯାଇଛି।
ସରକାର ନିଜର ସମସ୍ତ କର୍ମଚାରୀଙ୍କୁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଆପକୁ ଡାଉନଲୋଡ କରିବାକୁ କହିଛି। ଏହି ଆପରେ ପାଞ୍ଚ ମିନିଟ ଯୋଗର ପ୍ରୋଟୋକଲ ରହିଛି। ଏଥିସହିତ ଭାରତ ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ଏନେଇ ଏକ ଆଦେଶ ଜାରି କରିଛି। ଯେଉଁଥିରେ ଯୋଗ ବ୍ରେକ ପ୍ରୋଟୋକଲର ବ୍ୟବହାର ସମ୍ପର୍କରେ ସଚେତନତା ପାଇଁ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଏପରିକି ସମସ୍ତ କର୍ମଚାରୀଙ୍କ ପାଇଁ ଏହି ଆପ ଡାଉନଲୋକ କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମା ଜାରି କରାଯାଉ।
କାମ ମଧ୍ୟରେ ଏହି ଯୋଗ ବ୍ରେକ୍ କର୍ମଚାରୀଙ୍କ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।