୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ, ୩ ଗିରଫ

କଟକ,ଏନ୍ଏନ୍ଏସ୍: ଜଗତପୁର ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବ୍ୟାପକ ପରିମାଣର ବାଣ ଓ ଏହାର ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ହାତୀଖାନା ଓ ଇସଲାମପୁର ଗ୍ରାମରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହୋଉଥିବା ପୁଲିସ କୌଣସି ସୂତ୍ରରୁ ଖବରପାଇଥିଲା।

ଜଗତପୁର ପୁଲିସର ଏକ ଟିମ ଚଢ଼ଉ କରି ସେଠାରୁ ୩ଜଣଙ୍କୁ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ବକଛ ଗ୍ରାମର କୈଳାସ ସାମଲ, ପଦ୍ମପୁରର ଲକ୍ଷ୍ମିଧର ରାଉତ ଏବଂ ନନ୍ଦନକାନନ ଅଞ୍ଚଳର ଦିପକ ରାଉତ।ଏହି ପରିପ୍ରେକ୍ଷୀରେ ସେମାନଙ୍କ ନିକଟରୁ ୯କେଜି ଗନ ପାଉଡର, ୪କେଜି ପୋଟାସ, ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଓ ସରଞ୍ଜାମ ଜବତ କରିଛି। ଏଥିସହ ଏହି ବାଣ ବେପାରରେ ସମ୍ପୃକ୍ତ ଥିବା ଏକ ପିକଅପ୍ ଭ୍ୟାନକୁ ମଧ୍ୟ ଜବତ କରିଛି। ଏ ନେଇ ଜଗତପୁର ଥାନାରେ କେସ୍ ନଂ-୩୫୧/୨୦୧୯, ୩୫୨/୨୦୧୯, ୩୫୩/୨୦୧୯ ଏବଂ ୩୫୪/୨୦୧୯ରେ ୨୮୬ ଆଇପିସି ୯(ବି)ରେ ମାମଲା ରୁଜୁ କରିଛି।