ଅନଲାଇନ୍ ପାଠପଢ଼ା ପାଇଁ ୫ କି.ମି ଯାତ୍ରା

ଖଜୁରିପଡ଼ା,ବଲସକୁମ୍ପା,ଏନ୍ଏନ୍ଏସ୍: କରେନା ପାଇଁ ଗତ ୪ ମାସ ହେଲା ବିଦ୍ୟାଳୟରେ ତାଲାପଡ଼ିଥିବାବେଳେ ସରକାର ବର୍ତ୍ତମାନ ଅନଲାଇନ ଦ୍ୱାରା ପାଠପଢା ଆରମ୍ଭ କରିଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ନେଟୱାର୍କ ନଥିବା ଯୋଗୁଁ ଛାତ୍ରଛାତ୍ରାମାନେ ବହୁ ଅସୁବିଧାର  ସମ୍ମୁଖୀନ ହେଉଛନ୍ତି।  ଖଜୁରିପଡା ବ୍ଲକର ଆଡ଼ାସିିପଡ଼ା ଘୋଡ଼ାପଥର, ଗୋବାସରୁ, କାବର, ବିଦୁଖୋଲ, ପ୍ରଧାନପଡ଼ା ଓ ମାଲିକପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ମୋବାଇଲ ଟାୱାର ସମସ୍ୟା ଏକ ମୁଖ୍ୟ ସମସ୍ୟା। ଏଭଳିସ୍ଥଳେ ମାଲିକପଡ଼ି ଗ୍ରାମର ଛାତ୍ରଛାତ୍ରୀ ପ୍ରାୟ ୫ କିଲୋମିଟର ଦୂରରେ ଥିବା ତ୍ରିକୁଟ ଓ ଅନଗିରି ପାହାଡ଼କୁ ଅନଲାଇନ ପାଠ ପଢିବା ପାଇଁ ପ୍ରତିଦିନ ଯାତାୟାତ କରୁଥିବା ଛାତ୍ର ମଙ୍ଗୁଳି କହଁର, ବିକାଶ ବେହେରା, ଗୁଡ଼ୁଲ ବେହେରା, ଗୋପାଳ ନାୟକ, ଛାତ୍ରୀ ପ୍ରିୟଦର୍ଶନୀ ସାହାଣୀ ଓ ସିପ୍ରା ସାହାଣୀ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷ୍ୟରେ ଜିଲ୍ଲାରେ ଅଧିକାଂଶ ଲୋକ ଗରିବ ହୋଇଥିବାରୁ ସମସ୍ତଙ୍କ ନିକଟରେ ଦାମୀ ମୋବାଇଲ ନାହିଁ। ଫଳରେ ଅନେକ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେଉଛନ୍ତି।  ସେହିଭଳି କେତେକ ଅଞ୍ଚଳରେ ଟାୱାର ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଅନ୍ୟ ଅଞ୍ଚଳର ଟାୱାର ଉପରେ ନିର୍ଭର କରିଥାନ୍ତି।  ଆଡ଼ାସିପଡ଼ା ପଞ୍ଚାୟତରେ ଟାୱାର ନିର୍ମାଣ କରିବା ପାଇଁ ଅଞ୍ଚଳର ଶୁଭମ ସାହାଣୀ, ଗଣେଶ କହଁର, ଶରତ ବେହେରା, ପରମାନନ୍ଦ ବେହେରା ଓ ସୁନା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।