ଆତ୍ମନିର୍ଭରଶୀଳର ନୁଆ ପ୍ରୟାସ, ୫ କିନ୍ନରଙ୍କୁ ମିଳିଲା ସୁରକ୍ଷାଗାର୍ଡ ନିଯୁକ୍ତି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଥିବା ମହିଳା, ଶିଶୁ ଓ ଗର୍ଭବତୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୱାର୍ଡରେ ବର୍ତମାନ ପାଂଚ ଜଣ କିନ୍ନରଙ୍କୁ ସୁର କ୍ଷା ଗାର୍ଡ ଭାବେ ନି ଯୁକ୍ତି ଦିଆ ଯାଇଛି। ତିନୋଟି ସିଫ୍ଟରେ ୨୪ ଘଂଟା ଏହି କିନ୍ନର ମାନେ କା ର୍ଯ୍ୟ କରୁଛନ୍ତି। ଏହି ୱାର୍ଡରେ ଯେଭଳି ବିଶୃଙ୍ଖଳା ନ ହୁଏ, ଚିକିତ୍ସା ସେବା ନିମନ୍ତେ ଆସୁଥିବା ଲୋକଙ୍କୁ ଠିକ୍ ସ୍ଥାନରେ ନେଇ ଏମାନେ ପହଂଚାଇବା ସହ ଶୃଙ୍ଖଳା ର କ୍ଷା କରିବା ଭଳି କାର୍ଯ୍ୟ କରୁଛନ୍ତି। ଦୁର୍ଗା, ସନାଲି, ତୁଶାର ପଟ୍ଟନାୟକ, କୈଳାଶ ଦୋରା ,ଜନ ହିଆଲଙ୍କୁ ଏକ ଘରୋଇ ସେକ୍ୟୁରିଟି ସଂସ୍ଥା ପକ୍ଷରୁ ନି ଯୁକ୍ତି ମିଳିଛି।

ମାସିକ ୬ ରୁ ୭ ହଜାର ବେତନ ସହ ଇନସୁରେନ୍ସ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ଘରୋଇ ସେକ୍ୟୁରିଟି ସଂସ୍ଥା। ସମାଜରେ କିନ୍ନରମାନେ ସବୁବେଳେ ତାହି ତାପରା ଓ ସମାଲୋଚନାର ଶିକାର ହେଉଥିବା ବେଳେ ବିଭିନ୍ନ ସମୟରେ କିନ୍ନର ମାନଙ୍କୁ ଆକ୍ରମଣ ସହ ସମାଜରେ ସାଧାରଣ ଲୋକମାନଙ୍କ ଲାଂଛନା ସହିବାକୁ ପଡୁଥିବା ବେଳେ ଏଭଳି ସ୍ଥଳେ ମାଲକାନଗିରି ଜିଲ୍ଲା ପ୍ରଶାସନ କିନ୍ତୁ ଏକ ନିଆରା ପ୍ରୟାସ ଆରମ୍ଭ କରିଛି।

ତେବେ ଆଗାମୀ ଦିନରେ ଯେଭଳି ଏହି କିନ୍ନର ମାନେ ଆହୁରି ଅଧିକ ଭଲ କାମ କଲେ ଅଧିକ ପ୍ରୋତ୍ସାହନ ଦିଆ ଯିବ ବୋଲି ଜଣାପଡ଼ିଛି। ପୂର୍ବ ଅପେ କ୍ଷା ଏହି କିନ୍ନର ମାନଙ୍କୁ ଦାୟିତ୍ୱ ଦିଆ ଯିବ। ପରେ ଏମାନେ କର୍ତବ୍ୟ ସମ୍ପାଦନରେ କେବେ ମଧ୍ୟ ହେଳା କରିନାହାନ୍ତି। ଯେକୌଣସି ଦାୟିତ୍ୱ ଦେଲେ ମଧ୍ୟ ସୁଚାରୁ ରୂପେ ସମ୍ପନ୍ନ କରୁଛନ୍ତି। ତାଙ୍କ କା ର୍ଯ୍ୟ ପ୍ରଶଂସନୀୟ ବୋଲି ପ୍ରକାଶ କରିଛନ୍ତି ବୋଲି ବରିଷ୍ଠ ଶୈଲ୍ୟ ବିଶେଷଜ୍ଞ ଡଃ ସପନ କୁମାର ଡିଣ୍ଡାଙ୍କ କହିଛନ୍ତି।