ଭୁବନେଶ୍ୱର : ଗରିବ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଶ୍ରମିକମାନଙ୍କ ସମସ୍ୟା ଦୂର କରିବାକୁ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ଆଇସିଏମଆର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଗତକାଲି ଆମର କିଟ୍ ଅଛି ଯାହା ୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ।
ଆର୍ ଟି ପିସିଆର୍ କିଟ୍ ପାଇଁ ଆମକୁ ଆଉ ଏକ କିସ୍ତି ମିଳିଛି ଯାହା ସଂଖ୍ୟାରେ ଯଥେଷ୍ଟ । ଏହା ସହିତ, ଆମେ ପାଖାପାଖି ୩୩ ଲକ୍ଷ କିଟ୍ ଅର୍ଡର କରୁଛୁ ଏବଂ ୩୭ ଲକ୍ଷ ଦ୍ରୁତ କିଟ୍ ଯେକୌଣସି ସମୟରେ ପହଂଚିବ ବୋଲି ଆଶା କରାଯାଉଛି । ଏପର୍ଯ୍ୟନ୍ତ ୨ଲକ୍ଷ ୩୧ହଜାର ୯୦୨ ପରୀକ୍ଷା କରାଯାଇଛି। ଆଇସିଏମଆରରେ ୧୬୬ଟି ଓ ଘରୋଇ ୭୦ଟି ଲ୍ୟାବରେ ଟେଷ୍ଟ ଚାଲିଛି । କରୋନାରୁ ଆଜିଯାଏଁ ୧୦୩୬ ସୁସ୍ଥ ହୋଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୩୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬୩ଜଣ ରହିଛି । କରୋନାରେ ୨୪ଘଂଟାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି । ୨୪ଘଂଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।