ଅଲିମ୍ପିକ୍‌ସ ବକ୍ସିଂ : ଯୋଗ୍ୟତା ଅର୍ଜନ କଲେ ୫ ଭାରତୀୟ

ଓମାନ୍‌,ଏନ୍ଏନ୍ଏସ୍: ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ୫ ଜଣ ଭାରତୀୟ ବକ୍ସର।  ଓମାନ୍‌ରେ ଖେଳାଯାଉଥିବା ଏସୀୟ ବକ୍ସରଙ୍କ ନିମନ୍ତେ ଅଲିମ୍ପିକ୍‌ସ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟର ମହିଳା ୭୫ କେଜି ବିଭାଗ କ୍ବାର୍ଟର ଫାଇନାଲରେ ପୂଜା ରାଣୀ ଥାଇଲାଣ୍ଡର ପୋର୍ଣ୍ଣିପା ଚୁଟେଙ୍କୁ ୫-୦ ରେଫରି ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ।

ସେମିଫାଇନାଲରେ ପ୍ରବେଶ କରିଥିବାରୁ ପୂଜା ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।