କୋଭିଡ କଟକଣା ଭାଙ୍ଗିଥିବା ୫ ଭାରତୀୟ କ୍ରିକେଟ ଖେଳାଳି କରୋନା ନେଗେଟିଭ

ମେଲବୋର୍ଣ୍ଣ,ଏଜେନ୍ସି: ମେଲବୋର୍ଣ୍ଣର ଇଣ୍ଡୋର ଷ୍ଟାଡିୟମରେ ଏକାଠି ଖାଇ ବିବାଦକୁ ଆସିଥିଲେ ୫ ଭାରତୀୟ କ୍ରିକେଟ ଖେଳାଳି। ଏହା ପରେ ସମସ୍ତ ଭାରତୀୟ ଖେଳାଳି ଏବଂ ସର୍ପୋଟ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଥିଲା। ତେବେ ଆଜି ସମସ୍ତଙ୍କ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏହା ସହ ଆଗାମୀ ଟେଷ୍ଟ ମ୍ୟାଚ ଖେଳିବାକୁ ସେମାନେ ସିଡନୀ ଯାତ୍ରା କରିପାରିବେ ବୋଲି ଭାରତୀୟ କ୍ରିକେଟ ଟିମ ପକ୍ଷରୁ କୁହାଯାଇଛି।

କୋଭିଡ ନିୟମ ଭାଙ୍ଗିଥିବା ଭାରତର ୫ ଜଣ ଖେଳାଳି ହେଉଛନ୍ତି ପୃଥ୍ୱୀ ଶ, ଶୁଭମନ ଗିଲ, ନବଦୀପ ସାଇନି, ରୋହିତ ଶର୍ମା ଏବଂ ରିସଭ ପନ୍ତ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଜାନୁଆରୀ ୭ ତାରିଖରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।