ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟରେ ଯୋଗଦେବେ ୫ ଶିକ୍ଷାନବୀଶ ଆଇଏଏସ୍‍ ଅଫିସର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀକୁ ଐତିହ୍ୟ ନଗରୀଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ପୁରୀ ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଜଣ ଶିକ୍ଷାନବୀଶ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି।

ସେମାନେହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି,  ଶୁଭଙ୍କର ମହାପାତ୍ର, ଜେ ସୋନାଲ, ଭୁବନେଶ ଦେବଦାସ। ଏମାନେ ସମସ୍ତେ ୨୦୧୮ ବ୍ୟାଚ୍ର ଆଇଏଏସ୍‍ ଅଫିସର। ଏନେଇ ଶୁକ୍ରବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର  ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ ମୁଖ୍ୟମନ୍ତ୍ରୀଙ୍କ ୫- ଟି ସଚିବ ଭି.କେ. ପାଣ୍ଡିଆନ ସେମାନେଙ୍କୁ ତାଙ୍କ ଦାୟିତ୍ୱ ସମ୍ପର୍କରେ  ବୁଝାଇବା ସହ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ।