ଉପରମୁଣ୍ଡରେ କମିଲା ବର୍ଷା, ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୫ ଗେଟ୍

ସମ୍ବଲପୁର,ଏନ୍ଏନ୍ଏସ୍: ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ବନ୍ଦ କରାଯାଇଛି। ସେହିପରି ବର୍ତ୍ତମାନ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ଜଳସ୍ତର ୬୧୫.୩୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୨ ଲକ୍ଷ ୯୨ ହଜାର ୪୫୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି। ଅନ୍ୟପଟେ ମହାନଦୀରେ ଜଳସ୍ତର କମୁଥିବା ଜଣାପଡ଼ିଛି। ତେବେ ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆଉ ୨ଟି ଗେଟ୍ ଖୋଲି ସମୁଦାୟ ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା।