ଆଜି ଜିଲ୍ଲାରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ରବିବାର ବରଗଡ଼ ଜିଲ୍ଲାରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୨ ଭୁରଷୁନ ବନ୍ଧପଡ଼ାରୁ ଓ ନଦୀପଡ଼ାର ଜଣେ ଲେଖାଏଁ ପୁରୁଷ, ଅତାବିରା ବ୍ଲକ ଟୋପ ଟିଏମସିର ୨ ଜଣ ମହିଳା ଏବଂ ଭୁବନେଶ୍ୱର ଏମ୍ସରେ କ୍ୟାନସର ଆକ୍ରାନ୍ତ ଜଣେ ମହିଳା ଥିବା ଜଣାପଡ଼ିଛି। ବରଗଡ଼ ପୌରାଞ୍ଚଳର ୨ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଟୋପ ଟିଏମସିର ୨ ମହିଳା ସଙ୍ଗରୋଧ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି । ଆଜିକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧ରେ ପହଞ୍ଚିଛି।