ରାଜ୍ୟ ପାଇଁ ଆଶ୍ୱସ୍ତି : ୫ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟରେ ୫ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାେବେଳ ଅନ୍ୟପଟେ ୫ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର(୧) ଢ଼େଙ୍କନାଳ(୧) କଳାହାଣ୍ଡି(୧) ସୁନ୍ଦରଗଡ(୧) ଓ କେନ୍ଦ୍ରାପଡ଼ାରୁ (୧) ଲେଖାଁଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତମାନ ସୁଦ୍ଧା ୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୪୯ କରୋନା ରୋଗୀ ରାଜ୍ୟର ବିଭିନ୍ନ ହାସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।