କାର୍ଯକ୍ଷମ ହେଲା ୫ଟି ନୂତନ କୋଭିଡ ହସ୍ପିଟାଲ

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଆଜି ଓଡ଼ିଶାରେ ଆହୁରି ୫ଟି ନୂତନ କୋଭିଡ ହସ୍ପିଟାଲ କାର୍ଯକ୍ଷମ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ଅନଗୁଳ, ବରଗଡ଼, ପାରାଦୀପ, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଏହି ଚିକିତ୍ସାଳୟଗୁଡିକୁ ଆଜି ଲୋକାର୍ପଣ କରାଗଲା ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଓଡିଶାରେ ୨୨ଟି ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। ଆଗମୀଦିନରେ ଓଡିଶାର ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯକ୍ଷମ ହେବ।

ଏହି ଚିକିତ୍ସାଳୟରେ କାମ କରିବା ପାଇଁ ନିୟୋଜିତ ଥିବା ଡାକ୍ତର, ନର୍ସ ତଥା ସମସ୍ତ ଷ୍ଟାଫଙ୍କ ପାଇଁ ଟ୍ରାନ୍ସପୋର୍ଟ, ଖାଇବା ପିଇବା, ତଥା ପ୍ରତିରୋଧକର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଭୁବନେଶ୍ୱରରେ ର୍ୟାପିଡ୍ ରକ୍ତ ପରୀକ୍ଷା ଆରମ୍ଭ କରାଯାଇଛି। ତେଣୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତଥା ମାର୍ଗଦର୍ଶନରେ କାର୍ଯ୍ୟକରି ଓଡିଶାବାସୀ ନିଶ୍ଚୟ କରୋନାକୁ ପରାଜିତ କରିବେ ବୋଲି ଶ୍ରୀ ଦାସ କହିଛନ୍ତି।