ବାରହା ଶିକାର ଅଭିଯୋଗରେ ୫ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସଦର ଥାନା ଅନ୍ତର୍ଗତ କେ.ଜାନୀଗୁଡ଼ାରୁ ୮ ଜଣ ବାରହା ଶିକାରୀଙ୍କୁ ବନାଞ୍ଚଳ ଅଧିକାରୀ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କେ.ଜାନୀଗୁଡ଼ା ଗ୍ରାମର ଜୟରାମ ଜାନି(୫୨), ପଦଲାମ ମୁଦୁଲି(୬୨), ଚୈତନ୍ୟ ଜାନି(୬୦), ଢେପଗଡ଼ା ଗ୍ରାମର ମିନ ଚପାଡ଼ି(୬୦) ଓ ଯାଗୀମାଳିଗୁଡ଼ା ଗ୍ରାମର ଗୁରୁ ମାଳି।

ମିଳିଥିବା ରିପୋର୍ଟ ମୁତାବକ, ୮ଜଣ ବ୍ୟକ୍ତି ବାରହା ଶିକାର କରିଥିବା କୋରାପୁଟ ବନାଞ୍ଚଳର କର୍ମଚାରୀମାନେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ପହଂଚିବା ବେଳକୁ ଅଭିଯୁକ୍ତମାନେ ବାରହା ମାଂସ କାଟୁଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ୮ଜଣ ବ୍ୟକ୍ତିଙ୍କ ସହ ବାରହା ମାଂସ ଓ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀକୁ କୋରାପୁଟ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି।