ଦେଶୀମଦ ଜବତ: : ୫ଜଣ ଗିରଫ

ଦାରିଙ୍ଗବାଡ଼ି,ଏନ ଏନ ଏସ .ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣିଗାଁ ଥାନା ଅଂଚଳରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରି ୨୫୫ ଲିଟର ଦେଶୀମଦ ଜବତ କରିବା ଓ ୧୨୦୦ଲିଟର ପୋଚ ନଷ୍ଟ କରିବା ସହିତ ଏହି ଘଟଣାରେ ୫ଜଣକୁ ଗିରଫ କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।

ଥାନା ଅଧିକାରୀଙ୍କ ତତାବଧାନର୍ୱେ ଏସଆଇ ସଂଗ୍ରାମ ଜେନାଙ୍କ ନେତୃତ୍ୱରେ ପୁଲିସ ଦଳବଳ ଧରି ଗଦାପୁର ପଞ୍ଚାୟତର ମେରାମାହା ଗ୍ରାମର ତିନିଜଣ ମହେଶ୍ୱର ବିଷୋୟୀ, ବିପ୍ର ବିଷୋୟୀ ଓ ଉପେନ୍ଦ୍ର ବିଷୋୟୀ ଏବଂ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମାହା ଗ୍ରାମର ଜୋହାନ ମଲିକ ଓ ପ୍ରମୋଦ ମଲିକକୁ ଗିରଫ କରିଥିବା ଜଣାପଡ଼ିଛି । ଆଜି ଗଦାପୁର ଓ ଝିଞ୍ଜିରିଗୁଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଚାନକ ଚଡ଼ାଉ କରିଥିଲେ । ହେଲେ ମେରାମାହା ଓ କିରାମାହା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା ପାଞ୍ଚ ଜଣବ୍ୟକ୍ତିଙ୍କ ଠାରୁ ୨୫୫ ଲିଟର ଦେଶୀ ମଦ ଜବତ କରିବା ସହ ୧୨୦୦ଲିଟର ପୋଚ ନଷ୍ଟ କରିଥିଲେ । ଏହି ଘଟଣାରେ ପୃଥକ ପୃଥକ ଭାବେ ମକଦମା ରୁଜୁ କରିଥିବା ଜଣା ପଡ଼ିଛି ।