ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୫ ଗିରଫ

ସୋର, ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ଥାନା ଅନ୍ତର୍ଗତ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ଦେଶୀ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଖଇରା ଥାନା ରୁଢ଼ୁଗାଁର ଭାରତୀ ବେହେରାଙ୍କ ଠାରୁ ୨୦ ଲିଟର ଓ ଧୀରେଜ ବେହେରାଙ୍କ ଠାରୁ ୧୨ ଲିଟର େଦେଶୀ, ବାଟି ଗ୍ରାମର ପାଞ୍ଚାଳି ମଲ୍ଲିକ ଠାରୁ ୧୨ ଲିଟର ଦେଶୀ, ଉପେନ୍ଦ୍ର ବେହେରା ଠାରୁ ୩୦ ଲିଟର ଦେଶୀ, ବାଲିକଣା ଗ୍ରାମର ମୀନତି ମାଝି ଠାରୁ ୧୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏମାନଙ୍କୁ ଗିରଫ କରି ଅବକାରୀ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି। ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣୀ ମହାରଣାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଏଏସଆଇ ଭାଷ୍କର ବେହେରା, ଚନ୍ଦ୍ରମୋହନ ସେଠୀ, ସେକ କଲିମ, ଦେବାଶୀଷ ମଲ୍ଲିକ ଓ ପିଙ୍କି ମାରାଣ୍ଡି ଓ ପ୍ରହଲ୍ଲାଦ ବିଶ୍ୱାଳ ସାମିଲ ଥିଲେ।