୫.୩ ତୀବ୍ରତା ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର

ବିକାନେର,ଏନ୍ଏନ୍ଏସ୍: ଭୂକମ୍ପରେ ଥରିଲା ରାଜସ୍ଥାନର ବିକାନେର। ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେସ୍ମୋଲୋଜିର ସୂଚନା ଅନୁସାରେ ସକାଳ ପାଖାପାଖି ୫ଟା ୨୪ରେ ଭୂକମ୍ପ ଅନୁଭୂତ ହୋଇଥିଲା।

ବିକାନେରର ଉତ୍ତର ପଶ୍ଚିମ- ପଶ୍ଚିମ ବିକେନେର ୩୪୩ କିଲୋମିଟର ଗଭୀରତା ୧୧୦ କିଲୋମିଟର ରହିଥିଲା। ଅନୁଭୂତ ଭୂକମ୍ପରେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖିବାକୁ ମିଳିଛି।

ଏହା ସହିତ ଲଦାଖରେ ସକାଳ ୪ଟା ୫୭ରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ନ୍ୟାସନାଲ ସେସ୍ମୋଲୋଜି ସୂଚନା ଅନୁସାରେ ଏହା ପୂର୍ବରୁ ରାତି ୨ଟା ୧୦ରେ ମେଘାଳୟର ପଶ୍ଚିମ ଗାରୋ ହିଲସରେ ୪.୧ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ପ୍ରାୟ କିଛି ଦିନ ହେବ ଲଗାତାର ଭାବରେ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।