ଚତୁର୍ଥ ଅନ୍ଅଫିସିଆଲ ଦିନିକିଆ: ଇଣ୍ଡିଆ ଏ’କୁ ହରାଇଲା ସାଉଥ୍ ଆଫ୍ରିକା ଏ’

ଥିରୁଅନନ୍ତପୁରମ୍,୫ା୯/ଏଜେନ୍ସି: ଏଠାରେ ଚାଲିଥିବା ଅନ୍ଅଫିସିଆଲ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚକୁ ରିଜର୍ଭ ଡେ’ରେ ଭ୍ରମଣକାରୀ ସାଉଥ୍ ଆଫ୍ରିକ ଏ’ ୪ ରନରେ ଜିତିଛି। ଏହାଦ୍ୱାରା ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଏବେ ୧-୩ରେ ରଖିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଣ୍ଡିଆ ଏ’ ସମ୍ମୁଖରେ ୧୯୩ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରିଜର୍ଭ ଡେ’ରେ ଇଣ୍ଡିଆ ୯ ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା।

ଭାରତୀୟ ଓପନର ଶିଖର ଧୱନ୍ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହା ବେକାର ହୋଇଥିଲା। ସାଉଥ୍ ଆଫ୍ରିକାର ଅନରଚ୍ ନୋର୍ଜେ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ପୂର୍ବରୁ ବର୍ଷା ବାଧାଯୋଗୁଁ ଏହି ମ୍ୟାଚକୁ ୪୭ ଓଭରକୁ କମାଇ ଦିଆଯାଇଥିଲା। ସାଉଥ୍ ଆଫ୍ରିକା ଏ’ ଇନିଂସ୍ର ୨୨ତମ ଓଭରରେ ପୁନର୍ବାର ବର୍ଷା ହୋଇଥିଲା। ଫଳରେ ମ୍ୟାଚକୁ ୨୫ ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଇଣ୍ଡିଆ ଏ’ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରି ସାଉଥ୍ ଆଫ୍ରିକା ନିର୍ଦ୍ଧାରିତ ୨୫ ଓଭରରେ ୧ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଭାରତ ସମ୍ମୁଖରେ ୧୯୩ ରନ୍ର ବୃହତ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଭାରତ ପ୍ରଥମ ଦିନ ୭.୪ ଓଭରରେ ୧ ୱିକେଟ୍ ହରାଇ ୫୬ ରନ୍ କରିଥିଲା।